ଏହି ପରିପେକ୍ଷୀରେ ବ୍ରହ୍ମପୁର ସହର ବେଶ ଚଳଚଞ୍ଚଳ ହୋଇଉଠିଛି | ଏହି ବର୍ଷ ସାଧାରଣ ନିର୍ବାଚନ ର ବର୍ଷ ହେଇଥିବାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ଙ୍କ ନଜର ରହିବ ଏହି ଯାତ୍ରା ଉପରେ |
ମା ବୁଢ଼ୀ ଠାକୁରାଣୀ ହେଉଛନ୍ତି ବ୍ରହ୍ମପୁର ର ଇଷ୍ଟଦେବୀ | ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ଯାତ୍ରା ର ବିଶେଷ ଆକର୍ଷଣ ହେଉଛି ବିଭିନ୍ନ କଳାକୁଞ୍ଜ ,ରଥ , ମୀନାବଜ଼ାର ଏବଂ ମାନସିକଧାରୀ ଙ୍କ ବିଭିନ୍ନ ବେଶ | ଏହି ସମୟ ମଧ୍ୟରେ ବିଭିନ୍ନ ଗଳି କନ୍ଦି ରେ ମାଗଣା ରେ ପ୍ରସାଦ ଏବଂ ପାନୀୟ ବଣ୍ଟନ କରାଯାଏ ,ଯାହା ଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ମାନଙ୍କୁ ସୁବିଧା ପ୍ରଦାନ କରେ |
ଏହି ଯାତ୍ରା ର ମୁଖ୍ୟ ଆକର୍ଷଣ ହେଉଛି ପ୍ରସିଦ୍ଧ ବାଘନାଚ ,ଯାହା ଦେଖଣାହାରୀ ଙ୍କୁ ଆନନ୍ଦିତ କରେ | ଏହି ବାଘନାଚ କେବଳ ଗଂଜାମ ନୁହଁ ବିଶ୍ୱପ୍ରସିଦ୍ଧ | ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିଲେ ମଧ୍ୟ ବ୍ରହ୍ମପୁର ର ଠାକୁରାଣୀ ଯାତ୍ରା ପ୍ରାୟ 300 ବର୍ଷ ପୁରୁଣା ଏବଂ ଲୋକପ୍ରିୟ |
thanks
ReplyDeletepls mention u r name.
Jai Maa Tara Tarini🙏
ReplyDeleteJai Maa Budhi Thakurani🙏
ReplyDelete